ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଅନ୍ତର୍ଗତ ହସନପୁର ଟୋଲ ଗେଟ ନିକଟରେ । କର୍ମଚାରୀ ମାନେ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିଲା । ସେଠାରେ ଯାଉଥିବା ଅନ୍ୟ ଯାତ୍ରୀ ମାନେ ଗ୍ୟାସ ସିଲିଣ୍ଡରକୁ ଆଣି ବାହାରକୁ ପକେଇଦେଇଥିଲେ । ଫଳରେ ଅଳ୍ପକେ କର୍ମଚାରୀ ମାନେ ବିର୍ତ୍ତିଯାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0