ଲମତାପୁଟ : କୋରାପୁଟ ଜିଲ୍ଲା ପାଡୁଆ ହାଟଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର୍ ସହ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୦ହଜାର ହେବ ।
ଖବର ଅନୁଯାୟୀ, ପାଡୁଆ ଡାକବଙ୍ଗଳ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ହାଟଗୁଡ଼ା ପଟୁ ଦ୍ରୁତ ଗତିରେ ଏକ ଗାଡ଼ି ଆସୁଥିଲା । ଯାହାକୁ ଅଟକାଇ ଯାଞ୍ଚ କରାଯାଇଥିଲା । ପୋଲିସ ଯାଞ୍ଚ ସମୟରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣରେ ବ୍ୟବହୃତ କାରକୁ ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ । କାରରେ ୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଯାହାର ମୂଲ୍ୟ ୫୦ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।
ତେବେ ଅଟକ ଯୁବକ ପାଡୁଆଥାନା ଅନ୍ତର୍ଗତ ହାଟଗୁଡା ଗାଁର ସ୍ଵାଧୀନ ପୂଜାରି ଏବଂ ଧାନୁ ଗୁଣ୍ଠା ବୋଲି ଜଣାପଡିଛି । ଏହି ଦୁଇ ଅଭିଯୁକ୍ତ ନିଶା କାରବାରରେ ବହୁ ଦିନରୁ ଲିପ୍ତ ଥିବା ପୋଲିସକୁ କହିଛନ୍ତି । ପୂର୍ବରୁ ବହୁ ବାର ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଛନ୍ତି ।ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ସମ୍ପୃକ୍ତ ଥିବା ମଧ୍ୟ ସ୍ଵୀକାର କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0