ନୂଆଦିଲ୍ଲୀ: କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଲିସର ଅନୁମତିରେ ରାମଲିଲା ମୈଦାନରେ କରିପାରିବେ ପ୍ରଦର୍ଶନ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ପରବର୍ତ୍ତୀ ଶୁଣାଣି । ସେପଟେ, କୃଷକ ଆଇନ ବିରୋଧରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଛନ୍ତି । ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଥିଲା । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0