spot_img

ଜଳେଶ୍ୱରରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ବୈଠକ

ବାଲେଶ୍ବର : ଜଳେଶ୍ଵର ଠାରେ ନେସ୍କୋ ଶକ୍ତି କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ କର୍ମଚାରୀ ସଂଘର କାର୍ୟ୍ୟକାରୀ ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଆଗାମୀ କାର୍ୟ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ସଂଘରେ ଅସ୍ଥାୟୀ ଆଇଟିଆଇ କର୍ମଚାରୀ ମାନଙ୍କ ସ୍ଥାୟୀତ୍ବ ସମ୍ପର୍କରେ ସଦସ୍ୟମାନେ ଆଲୋକପାତ କରିଥିଲେ । ଯଦି ସେମାନଙ୍କ ଦାବି ପୂରଣ କରାନଯାଏ । ତାହାହେଲେ ଏହି ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟିତ୍ବ ନେଇ ଜୋରଦାର ଆନ୍ଦୋଳନ କରାଯିବା ବୋଲି ସଦସ୍ୟମାନେ କହିଛନ୍ତି । ଏହାସହ ଟେକ୍ରୁସିଆନ ଏବଂ କିରାଣୀଙ୍କ ସମସ୍ୟା ନେଇ ମଧ୍ୟ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଅନ୍ତର୍ୟ୍ୟାମୀ ମହାପାତ୍ର , ପ୍ରଣବ ମହାପାତ୍ର , ଶୁଭେନ୍ଦୁ ସୂର୍ୟ୍ୟ ନାରାୟଣ ବେହେରା , କମଳଲୋଚନ ସାହି , ବଳଭଦ୍ର ସାହୁ , ପ୍ରଦୀପ ଜେନା , ଲକ୍ଷ୍ମୀ ନାରାୟଣ ଦାସ , ପ୍ରହ୍ଲାଦ ଦାସ , କାହୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular