ଭୁବନେଶ୍ୱର: କରୋନା କୋପ ଯୋଗୁ ରାଜ୍ୟରେ କିଛି ମାସ ଯାନବାହନ ଯାଞ୍ଚକୁ କୋହଳ କରାଯାଇଥିଲା। ହେଲେ ଏଥିଯୋଗୁ ଦୁର୍ଘଟଣା ସଂଖ୍ୟା କ୍ଷିପ୍ର ବେଗରେ ବଢ଼ିଚାଲିବାରୁ ଏବେ ପୁଣି ଥରେ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ନିୟମ ଖିଲାପକାରୀଙ୍କୁ ଧରିବାକୁ ଲାଗୁ ହୋଇଛି ନୂଆ ନିୟମ। ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ୟ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି। ପ୍ରତି ୪ରୁ ୫ କିଲୋମିଟର ବ୍ୟବଧାନରେ ଲାଗିବ ସିସିଟିଭି। ଏଥିନିମନ୍ତେ ଟେଣ୍ଡର ସରିଛି। ଏହାଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ। ପବ୍ଲିକ ସର୍ଭିସ ଯାନରେ ଜିପିଏସ ବାଧ୍ୟତାମୂଳକ ନିୟମ ରହିଛି। ନିୟମ କଡ଼ାକଡ଼ି କରିବାକୁ ଭେହିକିଲ ଲୋକେସନ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ। ଗାଡ଼ିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ। ଏଥିପାଇଁ ଟେଣ୍ଡର ଡକାଯାଇଛି। ରାଜ୍ୟବ୍ୟାପୀ ଆଜିଠୁ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଦୁର୍ଘଟଣା କମାଇବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା। ଏଥିସହ କମିଶନର କହିଛନ୍ତି, ଗତ ଲକଡାଉନରେ ଦୁର୍ଘଟଣା ହାର କମିଥିବା ବେଳେ ସେପ୍ଟେମ୍ବର, ଅକ୍ଟୋବରରେ କିନ୍ତୁ ବଢ଼ିଚାଲିଲା ଦୁର୍ଘଟଣା ଗ୍ରାଫ। ଫଳରେ ନଭେମ୍ବର ଓ ଡିସେମ୍ବରରେ ଚେକିଂକୁ କଡ଼ାକଡ଼ି କରାଯିବା ପରେ ଦୁର୍ଘଟଣା ହାର କମିଛି। ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି। ଭେହିକଲ ଲୋକେସନ ଟ୍ରାକିଂ ସିଷ୍ଟମ ହେବ, ସ୍ପିଡ ଆନାଲିସିସ ହେବ। ଏଥିନିମନ୍ତେ ୧୫ କୋଟି ମଞ୍ଜୁର ହୋଇଛି। ବସ, ଟ୍ୟାକ୍ସି, ସ୍କୁଲ ବସ ଲୋକେସନ ଟ୍ରାକିଂ ହେବ ବୋଲି କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0