ମାଞ୍ଚେଷ୍ଟର: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳିଛି । ନିର୍ଣ୍ଣାୟକ ଟେଷ୍ଟରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା । ମ୍ୟାଚର ପ୍ରଥମ ଓଭରରେ ହିଁ ଖାତା ଖୋଲିବା ଆଗରୁ ଡମ ସିବଲେ ଦ୍ରୁତ ବୋଲର କେମା ରୋଚଙ୍କ ଶିକାର ହୋଇଥିଲେ । ଅଧିନାୟକ ଜୋ ରୁଟ ଓ ନପର ରୋରି ବର୍ନସଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ । କିନ୍ତୁ ସ୍କୋର ୪୭ରେ ଥିବା ବେଳେ ଜୋ ରୁଟ୍ ୧୭ ରନ୍ କରି ରନ୍ ଆଉଟ ହୋଇଯାଇଥିଲେ । ଏହା ପରେ ଫିଲ୍ଡକୁ ଓହ୍ଲାଇଥିଲେ ଅଲରାଉଣ୍ଡର ବେନ ଷ୍ଟୋକ୍ । ମାତ୍ର ୨୦ ରନ୍ କରି ସେ ମଧ୍ୟ ଆଉଟ୍ ହୋଇଯାଇଥିଲେ । ଦଳ ୩ ୱିକେଟ ରେ ମାତ୍ର ୯୨ ରନ୍ କରିଥିଲା । କିନ୍ତୁ ୪ର୍ଥ ୱିକେଟ୍ ପାଇଁ ବର୍ନସ ଓ ପୋପ୍ ଭଲ ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ବର୍ନସ ତାଙ୍କର ୭ମ ଅର୍ଦ୍ଧ ଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୧୨୨ରନ୍ ଥିବା ବେଳେ ୫୭ ରନ୍ କରି ବର୍ନସ କ୍ୟାଚ ଆଉଟ୍ ହୋଇ ଯାଇଥିଲେ । ୱେଷ୍ଟଇଣ୍ଡିଜ୍ ଏହିଠାରୁ ଇଂଲଣ୍ଡ ଉପରେ ଚାପ ପକାଇବାକୁ ଚାହୁଁଥିବା ବେଳେ ପୋପ ଓ ବଟଲର ନିଜ ଦଳକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏଥି ସହ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ସହିବାକୁ ପଡି ନଥିଲା । ସିରିଜର ପ୍ରଥମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଇଂଲଣ୍ଡ ଜିତିଥିଲା । ଆଜି ନିର୍ଣ୍ଣାୟକ ମ୍ୟାଚର ଦ୍ୱିତୀୟ ଦିନ । ଏହି ନିର୍ଣ୍ଣାୟକ ମ୍ୟାଚରେ ଦୀର୍ଘ ୩୨ ବର୍ଷ ପରେ ଇଂଲଣ୍ଡକୁ ତା’ରି ମାଟିରେ ମାତ୍ ଦେଇ ଇଣ୍ଡିଜ୍ ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ନିଜ ମାଟିରେ ଜିତିବା ପାଇଁ ପ୍ରୟାସ ଜାରି ରଖିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0