ନୂଆଦିଲ୍ଲୀ: କୋଭିଡ-୧୯ ପ୍ରତିବନ୍ଧକ କାରଣରୁ ଚଳିତ ବର୍ଷ, ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ- ପାକ ଓ୍ଵାଘା ଅଟ୍ଟାରୀ ସୀମାରେ କୌଣସି ମିଳିତ କିମ୍ବା ସମନ୍ଵିତ ପରେଡ ହେବ ନାହିଁ କିମ୍ବା କୌଣସି ପ୍ରକାରର ସମାରୋହର ଆୟୋଜନ ହେବ ନାହିଁ। ଏଥିସହ କୌଣସି ସାଧାରଣ ଜନତାଙ୍କୁ ମଧ୍ୟ ସେଠାକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ- ପାକ ଓ୍ଵାଘା ଅଟ୍ଟାରୀ ସୀମାରେ ଉଭୟ ଦେଶର ସେନା ପକ୍ଷରୁ ମିଳିତ ପରେଡ ଆୟୋଜିତ ହୋଇଥାଏ। ଏହାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉଭୟ ପାର୍ଶ୍ୱରୁ ଦେଖିଥାନ୍ତି। ତେବେ, ଚଳିତ ବର୍ଷ ଅଟ୍ଟାରି ସୀମାରେ କୋଭିଡ-୧୯ ପ୍ରତିବନ୍ଧକ ଯୋଗୁଁ କୌଣସି ଜନସାଧାରଣଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ଚଳିତ ବର୍ଷ କୌଣସି ମିଳିତ କିମ୍ବା ସମନ୍ଵିତ ପରେଡ ମଧ୍ୟ ହେବ ନାହିଁ। କୋଭିଡ-୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଭାରତ ନିଜ କାର୍ୟ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ ଓ ଅବତରଣ କରିବ ବୋଲି ସୀମା ସୁରକ୍ଷା ବଳର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0