କୋଲକାତା: କୋଲକାତାରେ ରାଜନୈତିକ ହିଂସା । ବିଜେପି-ଟିଏମସି ମୁହାଁମୁହିଁ, ପଥରମାଡ । ବିଜେପିର ରୋଡ ସୋ ବେଳେ ପଥରମାଡ । ରାସ୍ତା ଉପରେ ଉଭୟ ଦଳ ପକ୍ଷରୁ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା । ତେବେ ଆଜି ସାଉଥ କୋଲକାତାରେ ବିଜେପିରେ ସଦ୍ୟ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଏକ ରୋଡ ସୋ ହେଉଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଯୋଗ ଦେଇଥିଲେ । ଆଉ ଏତିକିବେଳେ ଟିଏମସି ମହିଳା ମୋର୍ଚ୍ଚା ପକ୍ଷରୁ କଳାପତାକା ଦେଖାଯାଇଥିଲା । ଯାହା ପରେ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ । ରାସ୍ତା ଉପରେ ହିଁ ବିଜେପି- ଟିଏମସି କର୍ମୀ ଉଭୟ ଉଭୟଙ୍କ ଉପରକୁ ପଥରମାଡ କରିଥିଲେ । ଖାଲି ସେତିକି ନୁହେଁ ରାସ୍ତା ଉପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଏଭଳି ଭୟଙ୍କର ସ୍ଥିତି ଦେଖି ବାଟରେ ଯାଉଥିବା ଲୋକ ଭୟଭୀତ ବି ହୋଇଯାଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0