ଦିନକୁ ଦିନ ଉଷ୍ମ ହେବାରେ ଲାଗିଛିପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଯୁଦ୍ଧ ବଢିବାରେ ଲାଗିଛି । ଏହା ପୂର୍ବରୁ ମମତା ବାନାର୍ଜୀ ଭବାନୀପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିଆସୁଥିଲେ । ଆଉ ମାତ୍ର କିଛି ଦିନ ପରେ ପଶ୍ମିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦୁଇ ପ୍ରତିଦ୍ବନ୍ଦୀ ବିଜେପି ଏବଂ ସତ୍ତାରେ ଥିବା ଟିଏମସି ମଧ୍ୟରେ ଜୋରଦାର ରାଜନୀତି ଆରମ୍ଭ ହୋଇଗଲାଣି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଳଢିବା ନେଇ ଘୋଷଣା କରିବା ପରେ ବେଙ୍ଗଲରେ ରାଜନୀତି ସରଗରମ ହୋଇଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0