spot_img

ରାମ ମନ୍ଦିର ନିର୍ମାଣ ପାଇଁ ୨ ଦିନରେ ୧୦୦ କୋଟି ଟଙ୍କା ଦାନ

ରାମ ମନ୍ଦିର ନିର୍ମାଣ ପାଇଁ ମନ୍ଦିର ପାଣ୍ଠିକୁ ୨ ଦିନରେ ୧୦୦ କୋଟି ଟଙ୍କା ଦାନ ଆସିଛି । ଏନେଇ ଶ୍ରୀ ରାମ ଜନ୍ମଭୂମି ତିର୍ଥ ଟ୍ରଷ୍ଟର ମହାସଚିବ ଚମ୍ପତି ରାୟ ସ୍ପଷ୍ଟ କରିଛନ୍ତି । ଏବେ ଏହା ମୁଖ୍ୟଳୟ ପର୍ଯ୍ୟନ୍ତ ପହଞ୍ଚି ନାହିଁ ବୋଲି ସେ କହିଛନ୍ତି । ଶ୍ରୀ ରାମ ଜନ୍ମଭୂମି ତିର୍ଥ ଟ୍ରଷ୍ଟ ପକ୍ଷରୁ  ମନ୍ଦିର ନିର୍ମାଣ ପାଇଁ ଜନ ସମ୍ପର୍କ ଓ ଯୋଗଦାନ ଅଭିଯାନ ଆରମ୍ଭ ହୋଇଛି । ଏହା ଫେବୃଆରୀ ୨୭ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନର ମୁଖ୍ୟ ଲକ୍ଷ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ରାଶି ଏକାଠି କରିବା । ଏହି ଅଭିଯାନ ଆରମ୍ଭ ହେଉ ହେଉ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ଦିର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ ପରିବାର ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular