spot_img

କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ଓମ୍ଫେଡ ଭ୍ୟାନ୍

ରାଜନଗର: ରାଜନଗର ଅଞ୍ଚଳରେ କିଛି ଦିନର ବ୍ୟବଧାନ ପରେ ଫୁଣି କଡ଼ ଲେଉଟାଇଛି ଘନ କୁହୁଡି l ଘନ କୁହୁଡି ଯୋଗୁ ସକାଳୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି l ପରିସ୍ଥିତି ଏପରି ହୋଇଛି ଯେ ରାସ୍ତାଘାଟ ଦିଶୁନି l ମୁହଁକୁ ମୁହଁ ଚିନ୍ହି ହେଉନି ଗତକାଲି ରାତି ଦଶଟା ପରଠୁ କୁହୁଡି ଆରମ୍ଭ ହୋଇ ଏହାର ଘନତା ବଢିଥିଲା l କୁହୁଡି ଯୋଗୁ ଭାରିଯାନ ଚଳାଚଳ ବନ୍ଦ ହୋଇ ତାପର ଦିନ ନଅଟା ପରେ କୁହୁଡି ଛାଡ଼ିବା ପରେ ଭାରୀଯାନ ଟ୍ରକ, ହାଇଓଏ ଭଳି ଗାଡି ଚଳାଚଳ ହୋଇଥିଲା l କୁହୁଡି ପ୍ରଭାବରେ ଆଜି ରାଜନଗରର ଗୋପାଳପୁର ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଖସିପଡିଛି ଏକ ଓମ୍ଫେଡ ଭ୍ୟାନ୍ l ଭ୍ୟାନ୍ ରେ ଥିବା ଡ୍ରାଇଭର, ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି l ଗାଡିଟି ସକାଳୁ ରାଜନଗର ଅଞ୍ଚଳରୁ କ୍ଷୀର ନେବାକୁ ଆସିଥିଲା ଘନକୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତା ଜାଣିପାରିନଥିଲେ ଯାହାଫଳରେ ରାସ୍ତାରୁ ତଳକୁ ଖସିପଡିଥିଲା ଏହି ଭ୍ୟାନ୍ l ଘନକୁହୁଡ଼ି ପାଇଁ ଦିନ ନଅଟା ଯାଏ ଲୋକମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି l ଏବଂ କୁହୁଡି ସାଙ୍ଗକୁ ଶୀତର ପ୍ରଭାବ ଅଧିକ ଅନୁଭୂତି ହେଉଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular