ପୁଣି ବଢିଲା ତୈଳ ଦର । ପେଟ୍ରୋଲ ଏବଂ ଡିଜେଲ ଦାମ ପୁଣି ବୃଦ୍ଧି କରିଛନ୍ତି ତେଲ କମ୍ପାନୀ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦାମ ୮୫ ଟଙ୍କାରୁ ଅଧିକ ରହିଛି । ମଙ୍ଗଳବାର ଡିଜେଲ ଏବଂ ପଟ୍ରୋଲ ଦାମରେ ୨୫ ପଇସା ଲେଖାଏଁ ବୃଦ୍ଧି ଘଟାଇଛନ୍ତି ତେଲ କମ୍ପାନୀ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲେ ସୁଦ୍ଧା ତେଲ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିଛନ୍ତି । ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦାମ ୮୧.୯୬ ଟଙ୍କା ପ୍ରତି ଲିଟର ରହିଛି । ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୬୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦାମ ୭୮.୯୭ ଟଙ୍କା ପ୍ରତି ଲିଟର ରହିଛି ।ତେଲ ଦର ଅହେତୁକ ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଅଶୋଧିତ ତୈଳର ପ୍ରାୟ ୮୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରୁଛି ଭାରତ । କରୋନା ମହାମାରୀ କାରଣରୁ ଅନେକ ଦେଶରେ ତେଲ ଉତ୍ପାଦନ କମିଛି ଏବଂ ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି । ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଛି’ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0