ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚି ଯାଇଛି । ୧୦ ମୃତକଙ୍କ ମଧ୍ୟରୁ କେବଳ ୬ ଜଣ ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁ ବରଣ କରିଛନ୍ତି । ସେପଟେ ଗଜପତି, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ଖୋର୍ଦ୍ଧରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମଧ୍ୟରୁ ଜଣେ ରାଜଧାନୀ ଭୁବନେଶ୍ୱରର ୬୯ ବର୍ଷର ଜଣେ ମହିଳା ବୋଲି ଜଣାପଡିଛି । ମହିଳା ଜଣକ କିଛି ଦିନ ହେବ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ୫ଜଣ ପୁୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ୬୪ ବର୍ଷୀୟା ମହିଳା ଜଣକ କିଡନୀ ରୋଗରେ ପୀଡିତ ଥିଲେ । ଗଜପତି ଜିଲ୍ଲାରୁ ଚିହ୍ନଟ ୬୩ ବର୍ଷୀୟ ପୁରୁଷଙ୍କର ମଧ୍ୟ ଡାଇବେଟିସ ଥିବା ନେଇ ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0