spot_img

ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୨ ଲକ୍ଷ

ବ୍ରହ୍ମପୁର: ପ୍ରତି ବୁଧବାର ଆନ୍ଧ୍ରପ୍ରଦେଶ ପଲାସାରୁ ଗୁଣ୍ଡ କାଗଜ ଆଣି ବ୍ରହ୍ମପୁର ବ୍ୟବସାୟୀଙ୍କୁ ଦେଉଥିଲେ। ଏହାପରେ ବକେୟା ଟଙ୍କା ନେଇ ପଲାସା ଯାଉଥିଲେ । ଏହାକୁ ଟାର୍ଗେଟ କରି ଲୁଟ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଲୁଟେରା । ଗତକାଲି ଦୁଇ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଉଭୟ ବ୍ରହ୍ମପୁରରେ ବ୍ୟବସାୟ କରି ଗତକାଲି ସନ୍ଧ୍ୟା ସମୟରେ ବକେୟା ଟଙ୍କା ସଂଗ୍ରହ କରି ଆନ୍ଧ୍ରକୁ ଫେରୁଥିଲେ । ଏହାପରେ ବାଇକରେ ୨ ଜଣ ସେମାନଙ୍କୁ ଫଲୋ କରିଥିଲେ। ଗୋଲନ୍ଥରା ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ନିଛାଟିଆ ଥିବା ଦେଖି ସେମାନେ କ୍ୟାଶ ବ୍ୟାଗକୁ ଟାଣିବାକୁ ଚେଷ୍ଟା କରିଥିଲେ। ଫଳରେ ଗାଡ଼ି ଚାଳକ ସୁରେଶଙ୍କ ସମେତ ୨ ଜଣ ଗାଡିରୁ ଖସି ପଡ଼ିଥିଲେ। ସେମାନେ ରାସ୍ତାରେ ପଡି ଗୁରୁତର ହେବାରୁ ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular