spot_img

୪୫ଗ୍ରାମର ବ୍ରାଉନସୁଗାର ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗର ଗୁଇନ୍ଦା ଟିମ୍ଦ୍ୱାରା ୪୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ଜବତ ବ୍ରାଉନ୍ସୁଗାର ମୁଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି

ଖବର ଅନୁଯାୟୀ, ଜଣେ ଯୁବକ ପୁରୀରୁ ଗତକାଲି ବ୍ରାଉନ୍ସୁଗାର ଆଣିଥିଲେ ଆଜି ଗ୍ରାହକକୁ ବିକ୍ରି କରିବାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ପଡିଆରେ ଅପେକ୍ଷା କରିଥିଲେ ଠିକ୍ଏହି ସମୟରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍ଆସି ଯୁବକଙ୍କୁ କାବୁ କରିଥିଲେ ଯୁବକଙ୍କ ନିକଟରୁ ୪୫ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ସୂଚନା ରହିଛି ସେହିପରି ଗିରଫ ହୋଇଥିବା ଯୁବକ ଖଲ୍ଲିକୋଟ ବାଦପଲ୍ଲୀ ଗାଁର ମଦନମୋହନ ଶବର ବୋଲି ଜଣାପଡିଛି ଯୁବକ ଜଣଙ୍କ ଆଙ୍କୁଲି ନଗର ଅଞ୍ଚଳରେ ରହୁଥିବାର ମଧ୍ୟ ସୂଚନା ରହିଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular