spot_img

ଗୋ ମାଂସ ଚାଲାଣ କରି ୩ଜଣ ଗିରଫ

ରାଉଲକେଲା: ରାଉରକେଲାରେ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ଆହାତ ହୋଇଥିଲେ ଏବଂ ପୋଲିସ ୩ଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ କାର ମଧ୍ୟ ଜବତ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ । ଏହି ଗୋ ମାଂସ ଚାଲାଣକରି ରାଉରକେଲାର କୋଏଲ ବ୍ୟାଙ୍କ ବସ୍ତିକୁ ଏକ କାର ଯୋଗେ ଆସୁଥିବାର ଜାଣି ବଜରଙ୍ଗ ଦଳର କେତେଜଣ କର୍ମୀ ସେମାନଙ୍କ ପିଛା କରି ପାନପୋଷ ନିକଟରେ ଉକ୍ତ ଗାଡିଟିକୁ ଅଟକାଇ ଥିଲେ । ପରେ ଉଭୟ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୋ ମାଂସ ଚାଲାଣକାରିରୁ ଜଣେ କ୍ରୋଧରେ ବଜରଙ୍ଗ ଦଳର ଆକାଶ ନାୟକଙ୍କ ଉପରକୁ ଆକ୍ରମଣ କରିଥିଲା ଫଳରେ ଆକାଶଙ୍କ ହାତର ଆଙ୍ଗୁଳି ଛିଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ବଜରଙ୍ଗ ଦଳର କର୍ମୀ ମାନେ ଗାଡିରେ ଥିବା ୩ଜଣଙ୍କୁ କାବୁ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରେ ଫେରାର ଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଗୋ ମାଂସ ଓ କାର୍ ଜବତ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular