ଉଦଳା: ବିଚ ରାସ୍ତାରେ ନିସ୍ତୁକମାଡ। ଯିଏ ଯେମିତି ପାରିଲା ସେମିତି ଛେଚିଲା। ଛାଡିଗଲା ପ୍ରେମ ନିଶା, ଉତୁରିଗଲା ରୋମିଓଗିରି। ଜଣେ ଯୁବକଙ୍କୁ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଇବା ମହାଙ୍ଗା ପଡିଛି। ବଜାର ମଝିରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଏଭଳି ଘଟଣା ଘଟଛି ଉଦଳା ମାର୍କେଟ ମଝିରେ। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରେ ଉକ୍ତ ଦୋକାନୀ ନିଜ ମୋବାଇଲାରେ ମହିଳାଙ୍କ ଅଜାଣତରେ ତାଙ୍କ ପଟୋ ଉଠାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକେ ଏହାକୁ ଦେଖି ବିରୋଧ କରିଥିଲେ। ପରେ ମହିଳା ଜଣକ ମଧ୍ୟ ଏହି ଘଟଣା ବିଷୟରେ ଜାଣି ପାରିଥିଲେ । ଏହାପରେ ଉକ୍ତ ଦୋକାନୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ ।



Visitors Today : 1
Total Visitors : 130784
Total Views : 9900022
Visitors Online Now : 0