spot_img

ମହିଳାଙ୍କ ଫଟୋ ଉଠାଇବା ଯୁବକଙ୍କୁ ପଡିଲା ମହାଙ୍ଗା

ଉଦଳା: ବିଚ ରାସ୍ତାରେ ନିସ୍ତୁକମାଡ। ଯିଏ ଯେମିତି ପାରିଲା ସେମିତି ଛେଚିଲା। ଛାଡିଗଲା ପ୍ରେମ ନିଶା, ଉତୁରିଗଲା ରୋମିଓଗିରି। ଜଣେ ଯୁବକଙ୍କୁ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଇବା ମହାଙ୍ଗା ପଡିଛି। ବଜାର ମଝିରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଏଭଳି ଘଟଣା ଘଟଛି ଉଦଳା ମାର୍କେଟ ମଝିରେ। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରେ ଉକ୍ତ ଦୋକାନୀ ନିଜ ମୋବାଇଲାରେ ମହିଳାଙ୍କ ଅଜାଣତରେ ତାଙ୍କ ପଟୋ ଉଠାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକେ ଏହାକୁ ଦେଖି ବିରୋଧ କରିଥିଲେ। ପରେ ମହିଳା ଜଣକ ମଧ୍ୟ ଏହି ଘଟଣା ବିଷୟରେ ଜାଣି ପାରିଥିଲେ । ଏହାପରେ ଉକ୍ତ ଦୋକାନୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular