spot_img

ଫେବୃଆରୀ ୧୮ରେ ହେବ ଆଇପିଏଲ ଖେଳାଳି ନିଲାମ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ପାଇଁ ଫେବୃଆରୀ ୧୮ରେ ହେବ ଖେଳାଳି ନିଲାମ । ଏନେଇ ବିସିସିଆଇ ଆଜି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି । ତେବେ ଚଳିତ ବର୍ଷ ଆଇପିଏଲ ନିଜ ଦେଶରେ ହେବ କିମ୍ବା ବିଦେଶରେ ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଅନ୍ୟପଟେ ଆଇପିଏଲ ନିଜ ଦେଶରେ ଖେଳାଯିବାର ଯୋଜନା ଚାଲିଛି ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ସେହିପରି ରିଟେଶନ ସମୟସୀମାର ଅନ୍ତିମ ଦିବସରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଯଥାକ୍ରମେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଗ୍ଲେନ ମାକ୍ସୱେଲଙ୍କୁ ରିଲିଜ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular