spot_img

ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ୍ ଟିକା

ଭୁବନେଶ୍ବରରାଜଧାନୀରେ ପହଞ୍ଚିଲା ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା । କେବଳ ଭୁବନେଶ୍ବରବାସିନ୍ଦାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ । ଜଣଙ୍କୁ ଗୋଟିଏ କମ୍ପାନୀର ଟିକା ଦିଆଯିବ । ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ। ନଚେତ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।

ସେ କହିଛନ୍ତି ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି । ସର୍ବ ଭାରତୀୟସ୍ତରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆଗକୁ ଆହୁରି ଭଲରେ ଟିକାରକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ । ଧାର୍ଯ୍ୟ ଲକ୍ଷ୍ୟଠାରୁ ଶୁକ୍ରବାର ଅଧିକ ଟିକାକରଣ ହୋଇଛି । ଅନ୍ୟପଟେ ଶନିବାର କୋଭିସିଲ୍ଡ ଭ୍ୟାକ୍ସିନ ଷ୍ଟୋରରୁ ରିଜିଓନାଲ ଭ୍ୟାକ୍ସିନ ଷ୍ଟୋରକୁ ଟିକା ଯିବ । ସେଠାରୁ ସବୁ ଜିଲ୍ଲାକୁ ପଠାଯିବ । ବର୍ତ୍ତମାନ ସୁଦ୍ଧା ୧,୩୦,୦୦୭ ଜଣଙ୍କୁ ଟିକା ଦିଆଯାଇ ସାରିଲାଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular