ଚିଲିକା: ଚିଲିକା ତହସିଲ ପରିସରରେ ପ୍ରଥମ ବିଚାର ବିଭାଗୀୟ ନ୍ୟାୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟିତ । ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ବିଚାର ବିଭାଗୀୟ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବି ଲୋକମାନେ ଖର୍ଚନ୍ତ ହୋଇ ଉପର କୋର୍ଟକୁ ନଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରି ନ୍ୟାୟ ପାଇବାର ସୁଯୋଗ ପାଇବେ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶାର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ । ଅନ୍ୟ ଅତିଥି ରୂପେ ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଓ ଖୋରଧା ଜିଲ୍ଲା ଜର୍ଜ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ । ତତ୍ ସହିତ କାର୍ୟ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ ,ଜିଲାପାଳ ସନତ କୁମାର ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ, ପୂର୍ବତନ ବିଧୟକ ରଘୁନାଥ ସାହୁ, ଦେବେନ୍ଦ୍ରନାଥ ମାନସିଂହ, ସ୍ଥାନୀୟ ଲୋକପ୍ରତିନିଧି,ବାଣପୁର ,ଚିଲିକା ଓ ଟାଙ୍ଗି ଅଂଚଳର ଓକିଲ ସଂଘର କର୍ମକର୍ତା , ବହୁ ଆଇନଜୀବୀ ଓ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ ଚିଲିକା ବାର ଆସୋସିଏସନ ସଭାପତି ହରେ କୃଷ୍ଣ ଜଗଦେଵ ଓ ସମ୍ପାଦକ ପ୍ରଦୋଷ ଦାସ ସଂଯୋଜନା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0