spot_img

ରାହୁଲ ଗାନ୍ଧୀଙ୍କ ୩ ଦିନିଆ ତାମିଲନାଡ଼ୁ ଗସ୍ତ

ତାମିଲନାଡ଼ୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହେଲାଣି ସରଗରମ । ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ିଲେଣି । ଏହାକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୩ ଦିନିଆ ତାମିଲନାଡ଼ୁ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ରାହୁଲ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ରାହୁଲ ଟ୍ୱିଟ କରି ଲେଖିଛନ୍ତି ତାମିଲନାଡ଼ୁ ଆସି ସେ ଖୁବ ଖୁସି । ଏଥିସହ ସେ ଆହୁରୀ ମଧ୍ୟ କହିଛନ୍ତି ଆମେ ଏକାଠି ମିଶି ତାମିଲନାଡ଼ୁ ସଂସ୍କୃତିକୁ ମୋଦି ସରକାରଙ୍କ ଆକ୍ରୋଶରୁ ବଞ୍ଚାଇବ । ଚଳିତବର୍ଷ ମେ ମାସରେ ହେବାକୁ ଥିବା ତାମିଲନାଡ଼ୁ ନିର୍ବାଚନରେ ରାହୁଲ କୋଏମ୍ବଟୁର ଓ ତିରୁପୁର ଜିଲ୍ଲାରେ ରୋଡ଼ ଶୋ କରିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular