spot_img

ଆଇସିସି ଚୈୟାରମ୍ୟାନ ପଦ ପାଇଁ ଗାଙ୍ଗୁଲି ଶ୍ରେଷ୍ଠ : ସଙ୍ଗକାରା

ଆନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ପଦ ପାଇଁ ସୌରଭ ଗାଙ୍ଗୁଲି ଶ୍ରେଷ୍ଠ ଅଟନ୍ତି । ଶ୍ରୀଲଙ୍କାର ୪୨ ବର୍ଷୀୟ କ୍ୟାପଟେନ୍ ସଙ୍ଗକାରା ଆଇସିସି ଚୈୟାରମ୍ୟାନ ପଦ ପାଇଁ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ‘ମାତେ ଲାଗୁଛି ସୌରବ ଗାଙ୍ଗୁଲି କ୍ରିକେଟ ଜଗତରେ ପରିବର୍ତ୍ତନ ଆଣିପାରିବେ । କେବଳ କ୍ରିକେଟ ପାଇଁ ନୁହେଁ ମୋତେ ଲାଗୁଛି ତାଙ୍କ ପାଖର କୁଶଳୀ ବୁଦ୍ଧି ରହିଛି ଯାହା କ୍ରିକେଟ ଜଗତରେ ପରିବର୍ତ୍ତନ ଆଣିପାରିବ । ମୁଁ ତାଙ୍କର ଜଣେ ବଡ ଫ୍ୟାନ । ସେ ସବୁବେଳେ ହୃଦୟରସହ କ୍ରିକେଟ ଖେଳ ପାଇଁ ଚିନ୍ତା କରିଥାନ୍ତି । ବିସିସିଆଇର ଅଧ୍ୟକ୍ଷ ହୁଅନ୍ତୁ କି ଅନ୍ୟ କେଉଁ ଦେଶର କ୍ରିକେଟ ବୋର୍ଡର ଅଧ୍ୟକ୍ଷ, ଆଇସିସି ବୋର୍ଡର ଅଧ୍ୟକ୍ଷ ପଦ ଏହା ଉପରେ ନିର୍ଦ୍ଧାରିତ ହେବା ଉଚିତ୍ ନୁହେଁ । ଏହି ପଦ ପାଇଁ ମାନସିକତା ଅନ୍ତଃରାଷ୍ଟ୍ରିୟ ହେବା ଆବଶ୍ୟକ । ଏହି ପଦରେ ଉପନିତ ବ୍ୟକ୍ତି ବୁଝିବା ଦରକାର ଯେ ମୁଁ ଜଣେ କ୍ରିକେଟର ଏବଂ ମୁଁ ଯାହା ଖେଳ ପାଇଁ ଶ୍ରେଷ୍ଠ ହେବ ତାହା ହିଁ କରିବି । ଏବଂ ଏ ସମସ୍ତ ଗୁଣ ସୌରଭ ଗାଙ୍ଗୁଲିଙ୍କ ପାଖରେ ଅଛି ।’
ସୂଚନା ମୁତାବକ ଚଳିତ ମାସ ପ୍ରାରମ୍ଭରୁ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଶଶାଙ୍କ ମନୋହର ଆଇସିସି ଚୈ÷ୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ଏହି ପଦ ଖାଲି ପଡିଥିବା ବେଳେ ହଙ୍ଗକଙ୍ଗର ଇମରାନ ଖ୍ୱାଜା ଅସ୍ଥାୟୀ କାର୍ଯ୍ୟ ତୁଲାଉଛନ୍ତି । ସଙ୍ଗକାରା କେବଳ ଜଣେ ମାତ୍ର ଖେଳାଳୀ ନୁହଁନ୍ତି ଯିଏକି ଆଇସିସି ଚୈ÷ୟାରମ୍ୟାନ ପଦ ପାଇଁ ଗାଙ୍ଗୁଲିଙ୍କ ନାମ ସୁପାରିସ୍ କରିଛନ୍ତି । ସାଉଥ ଆଫ୍ରିକାର ପୂର୍ବତନ କ୍ୟାପଟେନ ଏବଂ ଦକ୍ଷିଣ ଆଫ୍ରିକାର କ୍ରିକେଟ ନିଦେ୍ର୍ଦଶକ ଗ୍ରୀମ ସ୍ମିଥ ମଧ୍ୟ ଏହି ପଦ ପାଇଁ ସୌରଭିଙ୍କ ନାମ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ଏହି ପଦ ପାଇଁ ସେମିତି କିଛି ଜଲଦୀ ନଥିବା କହିଛନ୍ତି ସୌରଭ ଗାଙ୍ଗୁଲି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular