ନୂଆଦିଲ୍ଲୀ: ଚୀନ ବିସ୍ତାରବାଦୀ ନୀତି ଜାରି ରଖିଥିବାବେଳେ ଭାରତ ଚୀନକୁ ଚେତାବନୀ ଦେଇଛି । ନିକଟରେ ଅରୁଣାଚଳ ପ୍ରଦେଶରେ ଗାଁ ବସାଇବା ଘଟଣା ଚର୍ଚ୍ଚା ହେବା ପରେ ଭାରତ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗଲୱାନ୍ ଘାଟି ଆକ୍ରମଣ ଘଟଣା ପରଠାରୁ ଭାରତ-ଚୀନ ସୀମା ଉତ୍ତେଜନା ଲାଗି ରହିଥିବବେଳେ ଭାରତୀୟ ବାୟୁସେନା ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ବି ଏହାର ମୁହଁତୋଡ଼ ଜବାବ ଦେବ ବୋଲି ଚରମବାଣୀ ଶୁଣାଇଛନ୍ତି। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0