କେନ୍ଦ୍ରାପଡ଼ା: ଭିତରକନିକା ଆଜିଠାରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋରିଟ୍ରିଟରେ ରାତି ବିତାଇବା ପରେ ଆଜି ସକାଳେ ଭିତରକନିକା ବୁଲୁଛନ୍ତି। ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ୟ୍ୟ ଅତି ମନୋରମ।ଶିଳ୍ପ ପର୍ୟ୍ୟଟନ ସହ ଅଞ୍ଚଳର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା, ଆଳି ବିଜେପି ନେତା ତଥା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଅଛନ୍ତି ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0