ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ୨୮ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆୟୁଷ୍ମାନ୍ ସିଏପିଏଫ୍ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ଯେଉଁସବୁ ରାଜ୍ୟ ଗୁଡ଼ିକରେ ଆୟୁଷ୍ମାନ୍ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ୟ୍ୟକାରୀ ହେଉଛି ସେ ସମସ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ଯୋଜନାକୁ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଗୌହାଟୀରେ ଆୟୋଜିତ ପରାକ୍ରମ ଦିବସ ଉତ୍ସବରେ ସେ କହିଛନ୍ତି, ନେତାଜୀଙ୍କ ଜୟନ୍ତୀରେ ସିଏପିଏଫ୍ ପାଇଁ ଆୟୁଷ୍ମାନ୍ ଭାରତ ଯୋଜନାର ଶୁଭାରମ୍ଭ ହୋଇଥିବା ଖୁସିର ବିଷୟ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0