ଭୁବନେଶ୍ୱର: ରେଳବାଇର ହେଲ୍ପଲାଇନ ନମ୍ବର ହେଲା ୧୩୯ । ଏଣିକି ରେଳ ସମ୍ବନ୍ଧରେ ତଥ୍ୟ ଜାଣିବାକୁ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଯାତ୍ରୀ ସମସ୍ୟାରେ ପଡିଲେ ୧୩୯ ନମ୍ବର ଫୋନ କରି ସହାୟତା ନେଇପାରିବେ। ଉକ୍ତ ନମ୍ବରକୁ ଫୋନ କଲେ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିବ। ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ ଏବଂ ଭିଜିଲାନ୍ସ ଭଳି ସମସ୍ତ ହେଲ୍ପଲାଇନ ନମ୍ବରକୁ ଏହି ନମ୍ବର ସହ ମିଶ୍ରଣ ହୋଇଛି। ଟ୍ରେନରେ ଯାତ୍ରା ସମୟରେ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ଏହି ନମ୍ବର ବ୍ୟବହାର ହେବ। ହେଲ୍ପଲାଇନ ନମ୍ବର-୧୩୯ ରେଳ ବ୍ୟବହାରକାରୀଙ୍କୁ ଏକୀକୃତ ସେବା ପ୍ରଦାନ କରିବ। ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉପଲବ୍ଧ ଥିଲା। ଏଣିକି ହେଲ୍ପଲାଇନ ନମ୍ବର-୧୩୯କୁ ଯୋଗାଯୋଗ କରିବାକୁ ପଡିବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0