spot_img

‘ଆଇପିଏଲ ପାଇଁ ପ୍ରସ୍ତୁତ ମାତ୍ର ସ୍ୱପ୍ନ ପରି ଲାଗୁଛି’: ସୁରେଶ ରୈନା

ସାରା ବିଶ୍ୱରେ ମହାମାରୀ କରୋନା ପାଇଁ ଲକଡାଉନ ଓ ସଟଡାଉନ ଲାଗି ରହିଛି । ଏହାରି ଭିତରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜିନ୍ ପାଇଁ ତାରିଖ ଧାର୍ଯ୍ୟ ହେବା ନେଇ ଅନେକ ବିଶ୍ୱାସ କରିପାରୁନାହାନ୍ତି । ଭାରତୀୟ ଖେଳାଳୀ ସୁରେଶ ରୈନା କହିଛନ୍ତି, ଏହା ସ୍ୱପ୍ନ ପରି ଲାଗୁଛି । ପୁଣି ଥରେ ଖେଳ ପଡିଆକୁ ଓହ୍ଲାଇ ନିଜର ପଦର୍ଶନ ଦେବା ପାଇଁ ବହୁ ଆଗ୍ରହର ସହ ଆମେ ଅପେକ୍ଷା କରିଛୁ । ଆଇପିଏଲ ଫ୍ରାଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ର ଖେଳାଳୀ ରୈନା ନିଜ ଅଭ୍ୟାସର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରୈନା ଖେଳାଳି ଋଷଭ ପନ୍ତ, ପିୟୁସ ଚାଓଲା ଏବଂ ମୋହମ୍ମଦ ଶମିଙ୍କ ସହ କିଛି ଦିନ ହେବ ଅଭ୍ୟାସ କରୁଥିବା ନଜର ଆସିଛନ୍ତି ।
ଚଳିତ ବର୍ଷ ଆଇପିଏଲ ଅକ୍ଟୋବର ୧୯ ତାରିଖରୁ ୟୁଏଆଇରେ ଆରମ୍ଭ ହେବାକୁ ଯାଉଛି । ଏହାର ଫାଇନାଲ ମ୍ୟାଚ୍ ୮ନଭେମ୍ବରରେ ଖେଳାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ୫୧ ଦିନ ଖେଳାହେବାକୁ ଥିବା ବେଳେ ଏଥିରେ ୬୦ଟି ମ୍ୟାଚ ଖେଳାଯିବ ବୋଲି କହିଛନ୍ତି ଆଇପିଏଲର ଚୈ÷ୟାରମ୍ୟାନ ବ୍ରଜେଶ ପଟେଲ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular