ରାଜଧାନୀରେ ହାଇ ଆଲର୍ଟ ଜାରି । ଜାନୁଆରୀ ୨୬ରେ ଆତଙ୍କୀ ସଂଗଠନ ମାନେ ଦିଲ୍ଲୀ,ଅଯୋଧ୍ୟା ଓ ବୌଦ୍ଧଗୟାରେ ଆକ୍ରମଣ କରିବା ନେଇ ଯୋଜନା କରୁଛନ୍ତି । ଯାହାର ସୂଚନା ମିଳିବା ପରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରୋହିଙ୍ଗ୍ୟା ସଂଗଠନର ଏକ ଗୃପ ଦେଶରେ ଲୁଚି ରହିଥିବା କିଛି ଆତଙ୍କୀ ସଂଗଠନ ସହ ହାତ ମିଶାଇଛନ୍ତି । ଦେଶରେ ଚାଲିଥିବା କୃଷକଙ୍କ ଆନେ୍ଦାଳନର ଫାଇଦା ନେଇ ବଡ଼ ଧରଣର ଆକ୍ରମଣ କରାଯାଇପାରେ । ଏନେଇ ସୁରକ୍ଷା ଏଜେନ୍ସିକୁ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0