ଭୁବନେଶ୍ବର : ଜାନୁଆରୀ ୧୬ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨ୟ ପର୍ଯ୍ୟାୟ ଡୋଜ ଦିଆଯିବ । ଯାହାକି ଫେବୃଆରୀ ୧୪ରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୦ ସୁଦ୍ଧା ରାଜ୍ୟରେ ସମସ୍ତ ୩ଲକ୍ଷ ୫୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଏନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷ ୫୨ହଜାର ୩୫୧ଜଣଙ୍କୁ ଟିକା ଦିଆଯାଇଛି । ଆଜି ଟିକା ଦାନର ଶେଷ ଦିନ ହୋଇଥିବା ବେଳେ , ଆଜି ଟାର୍ଗେଟ ସମ୍ପୂର୍ଣ୍ଣ ହୋଇ ପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ଏହି ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟା ବେସ ପ୍ରସ୍ତୁତ ହେଉଛି । ଆଜି ରାତି ୧୨ ଟା ପରେ ଜଣା ପଡିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0