spot_img

ଆଜିର ମୁଖ୍ୟ ଖବର….

( ) ହଟିଲା ବ୍ୟାରିକେଡ…. ଆଜିଠୁ ଶ୍ରୀମନ୍ଦିରରେ ସହଜ ହେଲା କାଳିଆ ଦର୍ଶନ…. ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ଯାଏଁ ହଟିଲା ଲମ୍ବା ବ୍ୟାରିକେଡ ବ୍ୟବସ୍ଥା….ସୂଚନା ଦେଲେ ପୁରୀ ଏସ୍ପି କନୱର ବିଶାଲ ସିଂହ….
( ) ରାଜଧାନୀ ଭୁବନେଶ୍ୱରରୁ ପଣେକୁ ଉଡିଲା ଏୟାର ଏସିଆ ବିମାନ….ସପ୍ତାହରେ ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ ଦିନ ବିମାନ ସେବା ହେବ ଉପଲବ୍ଧ….ଭୁବନେଶ୍ୱର ବିମାନବନ୍ଦରରେ ଶୁଭାରାମ୍ଭ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା….ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶରେ ସହାୟକ ହେବା ନେଇ ମନ୍ତ୍ରୀଙ୍କ ସୂଚନା…..
( ) ଆସନ୍ତା ଦୁଇ ଦିନ ରହିବ ଘନକୁହୁଡି…..ଉତ୍ତର ଉପକୂଳ ଓଡିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…. ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିଦେ୍ର୍ଦଶ… ଦୁର୍ଘଟଣା ଏଡାଇବା ପାଇଁ ସର୍ତ୍ତମୁଳକ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସିଙ୍କ ପରାମର୍ଶ….
( )ସାଲିଆ ସାହିରୁ ୫୦୦ ଲିଟର ଦେଶୀ ମଦ, ପୋଚ ଜବତ…. ୯ ଗିରଫ….ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାର ଚଢାଉ…. ଗିରଫଙ୍କ ମଧ୍ୟରେ ୫ ମହିଳା ରହିଥିବା ସୂଚନା…
( ) ଆକାଶ ଛୁଆଁ ପେଟ୍ରୋଲ ଓ ଡିଜେଲ ଦର….ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସା ଟପିଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି….ସେପଟେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୩୬ ପଇସା ଓ ଡିଜେଲ ଦର ୮୨ ଟଙ୍କା ୬୬ ପଇସା ଛୁଇଁଛି….
( )ନିଜ ଦଳରୁ ବିଦା ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି….ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଦଳରୁ ବହିଷ୍କାର କଲା ନେପାଳ କମୁ୍ୟନିଷ୍ଟ ପାର୍ଟି….ଓଲିଙ୍କୁ ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ…

LEAVE A REPLY

Please enter your comment!
Please enter your name here

- Advertisment -

Most Popular