spot_img

ଟିଆରପି ଦୁର୍ନିୀତିର ସତ ବଖାଣିଲେ ପାର୍ଥ

ମୁମ୍ବାଇ: ବହୁ ଚର୍ଚ୍ଚିତ ଟିଆପି ମାମଲାରେ ଆଜି ଏକ ଭିନ୍ନ ମୋଡ ଦେଖିବା ପାଇଁ ମିଳିଛି । ଟିଆରପି ଅର୍ଥାତ ଜାଲିଆତି କରି ଟିଭି ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ପାଇଁ ହୋଇଥିଲା ଡିଲ । ତେବେ ଏ ବାବଦରେ ସତ ବଖାଣିଲେ ବାର୍କର ସିଇଓ ପାର୍ଥ ଦାସଗୁପ୍ତା । ସେ ମୁମ୍ବାଇ ପୋଲିସକୁ ହାତଲେଖା ସ୍ୱିକାରୋକ୍ତି ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି ପାର୍ଥଙ୍କ ପରିବାର ବିଦେଶ ବୁଲିବା ପାଇଁ ୩ବର୍ଷ ଭିତରେ ୪୦ ଲକ୍ଷ ଟଙ୍କା ଦେଇଥିଲେ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ । ଏହି ଟଙ୍କାରେ ପାର୍ଥଙ୍କ ପରିବାର ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ସ୍ୱଡେନ ଏବଂ ଡେନମାର୍କ ବୁଲିବାକୁ ଯାଇଥିଲେ ବୋଲି ପାର୍ଥ ଦାସଗୁପ୍ତା ତାଙ୍କ ହାତ ଲେଖା ସ୍ୱିକାରୋକ୍ତିରେ କହିଛନ୍ତି । ଏହି ଉପହାର ବଦଳରେ ବାର୍କର ସିଇଓ ଅର୍ଣ୍ଣବଙ୍କ ଟିଭି ଚ୍ୟାନେଲର ଟିଆରପି ହେରଫେର କରିଥିବା ମୁମ୍ବାଇ ପୋଲିସ ଆଗରେ ସ୍ୱିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular