ଭୁବନେଶ୍ବର : ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ୟ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିଛି। ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଛୁଇଁଛି। ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରି ଅଧିକ। ଅନ୍ୟପଟେ ରାଜ୍ୟରେ ଏବେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ରହିଛି। ଆଜି ସକାଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରିରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0