ଧର୍ମ ଓ ନୀତି ଶାସ୍ତ୍ରରେ ଶୟନକୁ ନେଇ ଅନେକ ନିୟମ ଉଲ୍ଲେଖ ଅଛି । ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଠିକ ଭାବେ ପାଳନ କରେ ତେବେ ଦୀର୍ଘାୟୁ ହେବା ସଙ୍ଗେ ସଙ୍ଗେ ସୁସ୍ଥ ଜୀବନ ବିତାଇପାରିବ । ଆସନ୍ତୁ ଜାଣିବା ଶାସ୍ତରେ ଥିବା ଶୟନ ନିୟମ ବିଷୟରେ ।
ଶାସ୍ତ ଅନୁସାରେ ମନୁଷ୍ୟକୁ ନିର୍ଜନ ସ୍ଥାନ, ମନ୍ଦିର ଓ ଶ୍ମଶାନ ଆଦି ସ୍ଥାନରେ ଏକୁଟିଆ ଶୋଇବା ଉଚିତ୍ ନୁହେଁ । ତାହାଛଡା କୌଣସି ବ୍ୟକ୍ତି ଶୋଇଥିବା ସମୟରେ ତାକୁ ହଠାତ୍ ଉଠେଇବା ମଧ୍ୟ ଅନୁଚିତ୍ ହୋଇଥାଏ ।
ଚାଣକ୍ୟ ନୀତି ଅନୁସାରେ ଯଦି ଛାତ୍ର, ସେବକ ଓ ଦ୍ୱାରପାଳ ଅଧିକ ସମୟ ଶୋଇରହୁଥାନ୍ତି ତେବେ ସେମାନଙ୍କୁ ଉଠେଇଦେବା ଉଚିତ୍ । ପଦ୍ମପୁରାଣ ଅନୁସାରେ ସୁସ୍ଥ ମନୁଷ୍ୟ ବ୍ରହ୍ମମୁହୂର୍ତ୍ତରେ ଉଠିବା ଓ ସ୍ନାନ କରିବା ଦ୍ୱାରା ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ୟ୍ଥର ଅଧିକାରୀ ହୋଇଥାନ୍ତି ।
ରାତିରେ ମନୁଷ୍ୟ ଓଦା ପାଦ, ଭଙ୍ଗା ଖଟ କିମ୍ବା ଅଇଁଠା ପାଟିରେ ଶୋଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଲକ୍ଷ୍ମୀ ଛାଡିଯାଆନ୍ତି । ଗୌତମ ଧର୍ମ ଅନୁସାରେ ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ଶୋଇବା ମଧ୍ୟ ଅନୁଚିତ୍ ।

ଏହା ବ୍ୟତୀତ ଶାସ୍ତ ଅନୁସାରେ ପୂର୍ବକୁ ମୁଣ୍ଡ କରି ଶୋଇଲେ ବିଦ୍ୟା, ପଶ୍ଚିମ କୁ ମୁଣ୍ଡ କରି ଶୋଇଲେ ଚିନ୍ତା ବଢ଼ିଥାଏ ,ଉତ୍ତରକୁ ମୁଣ୍ଡ କଲେ କ୍ଷତି (ମୃତ୍ୟୁ) ଓ ଦକ୍ଷିଣକୁ ମୁଣ୍ଡକରି ଶୋଇଲେ ଧନ ଓ ଆୟୂଷ ପ୍ରାପ୍ତି ହୋଇଥାଏ । ଦକ୍ଷିଣ ଦିଗକୁ ପାଦ କରି ଶୋଇଲେ ଯମ ଓ ଦେବାଦେବୀଙ୍କ କୋପଦୃଷ୍ଟି ପଡ଼ିଥାଏ ।
ବ୍ରହ୍ମବୈବତ୍ତପୁରାଣ ଅନୁସାରେ ବ୍ୟକ୍ତିକୁ ଦିନରେ ଶୋଇବା ଉଚିତ ନୁହେଁ । କେବଳ ଜ୍ୟେଷ୍ଠ ମାସରେ କିଛି ମୁହୂତ୍ତପାଇଁ ବିଶ୍ରାମ କରିପାରିବେ । ଏହାବ୍ୟତୀତ ସୂର୍ଯ୍ୟେ ।ଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅନୁଚିତ୍ । ସୂର୍ଯ୍ୟ ।ସ୍ତର ଏକ ପ୍ରହର ପରେ ଅର୍ଥାତ୍ ୩ ଘଣ୍ଟା ପରେ ଶୋଇବା ଉଚିତ୍ ।
ରାତିରେ ବାମ ପାର୍ଶ୍ୱହୋଇ ଶୋଇବା ଉଚିତ୍ । ଏହାଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ଛାତିରେ ହାତ ରଖି ଓ ଗୋଡରେ ଗୋଡ ଯୋଡି ମଧ୍ୟ ଶୋଇବା ଅନୁଚିତ୍ । ଏହାଛଡା ମଥାରେ ତିଳକ ଲଗାଇ ଶୋଇବା ମଧ୍ୟ ଅନୁଚିତ୍ ହୋଇଥାଏ, ଶୋଇବା ପୂର୍ବରୁ ତିଳକ ପୋଛି ଶୋଇବା ଉଚିତ୍ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0