spot_img

ନିଖିଳ ଓଡ଼ିଶା ପାଚିକା ମହାସଂଘର ବୈଠକ

ନବରଙ୍ଗପୁର: ନବରଙ୍ଗପୁରରେ ନିଖିଳ ଓଡ଼ିଶା ପାଚିକା ମହାସଂଘର ବୈଠକ । ଧୋଡ଼ରା ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲ୍ାର ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶତାଧିକ ପାଚିକା ମାନେ ବୈଠକରେ ଯୋଗ ଦେଇଥିଲେ । କାର୍ଯ୍ୟରତ ପାଚିକା ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ କିଭଳି ପାଚିକା ମାନଙ୍କର ମାସିକ ବେତନକୁ ବୃଦ୍ଧି କରାଯିବ ସେନେଇ ସରକାରଙ୍କୁ ଦାବି କରାଯିବା ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ପାଚିକା ମହିଳା ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଯଦି ସରକାର ପାଚିକା ମାନଙ୍କର ମାସିକ ବେତନକୁ ବୃଦ୍ଧି ନକରନ୍ତି ବା ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ଆନେ୍ଦାଳନ ହେବ ବୋଲି କହିଛନ୍ତି । ବୈଠକରେ ନିଖିଳ ଓଡ଼ିଶା ମହାସଂଘର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular