ହୁଗୁଳାପଟ୍ଟା: ଗଂଜାମର କୁକୁଡ଼ାଖଣ୍ଡି ବ୍ଲକରେ ଶିଶୁ କନ୍ୟା ଦିବସ ପାଳିତ । ହୁଗୁଳାପଟ୍ଟା ପଂଚାୟତର ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ପଂଚାୟତ ସରପଂଚ ପ୍ରଦୀପ କୁମାର ମଲଣା କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୁପେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ବିଜୟ କୁମାର ସୁବୁଦ୍ଧି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନେ କନ୍ୟା ସନ୍ତାନର ଯତ୍ନ ଉପରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଉପସ୍ଥିତ ଥିବା ଅଙ୍ଗନୱାଡ଼ି କର୍ମିୀ ଓ ଆଶା କର୍ମୀ ମାନେ ପ୍ଲାକାର୍ଡ଼ ଧରି ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିଥିଲେ । ପରିଶେଷରେ କନ୍ୟା ସନ୍ତାନ ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0