ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ। ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସପି ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଦେଇ ନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ। ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ଝିଅକୁ ଫୋନ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା’ପରଠାରୁ ତାଙ୍କ ମୋବାଇଲ ବନ୍ଦ ଥିବା ବେଳେ ପତ୍ତା ପାଉ ନ ଥିଲେ ପରିବାର ଲୋକ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0