କଟକ: ଦନ୍ତା ଉପଦ୍ରବ ଯୋଗୁ ଅତିଷ୍ଠ ଲୋକ। ମଇଁଷି ପଲରେ ପଶି ଆକ୍ରମଣ କରିବା ଯୋଗୁ ୬ ମଇଁଷି ଗୁରୁତର ହୋଇଛନ୍ତି। ଗତକାଲି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ୟ୍ୟନ୍ତ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗତକାଲି ଆଠଗଡ ଗଉଡଝରି ତଳଗଡ ଗାଁରେ ପାଖ ଜଙ୍ଗଲରୁ ଗୋଟିକିଆ ଦନ୍ତା ଗାଁ ଭିତରକୁ ପଶି ଆସିଥିଲା। ଏହାପରେ ଘରପାଖରେ ବନ୍ଧା ହୋଇଥିବା ହେମଲତା ବେହେରାଙ୍କ ମଇଁଷି ପଲକୁ ଆକ୍ରମଣ କରିବାରୁ ୬ଟି ମଇଁଷି ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳକୁ ଆସିଥିବା ୭ ବନ କର୍ମଚାରୀଙ୍କୁ ଘରେ ତାଲା ପକାଇ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକ । ଏହାପରେ ଆଠଗଡ଼ ରେଞ୍ଜର ପହଞ୍ଚି ମଇଁଷିଙ୍କ ଚିକିତ୍ସା ସହ ମଇଁଷି ମାଲିକଙ୍କୁ କ୍ଷତି ପୂରଣ ଦେବାପାଇଁ ପ୍ରତିଶୁତି ଦେଇଥିଲେ। ଏହାପରେ ମୁକୁଳିଥିଲେ ବନ କର୍ମଚାରୀ



Visitors Today : 1
Total Visitors : 130423
Total Views : 9891953
Visitors Online Now : 0