ଭୁବନେଶ୍ୱର : ରାଜ୍ୟରେ ଆଉ ୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଗଞ୍ଜାମରୁ ୩ଜଣଙ୍କର ମୃତୁ୍ୟ ହୋଇଥିବାବେଳେ କଟକ, ଖୋର୍ଦ୍ଧା, ମାଲକାନାଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଲୋଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତୁ୍ୟ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଗଞ୍ଜାମରେ ସର୍ବାଧିକ ୮୨ ଜଣଙ୍କ ମୃତୁ୍ୟ ହୋଇଛି ।
ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୪୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଦା ଜିଲ୍ଲାରୁ ୨୨୩, କଟକରୁ ୧୩୬, କନ୍ଧମାଳରୁ ୭୩, ଗଜପତିରୁ ୭୩, ରାୟଗଡାରୁ ୬୮, ସୁନ୍ଦରଗଡରୁ ୫୭, ଯାଜପୁରରୁ ୫୧, କେନ୍ଦୁଝରରୁ ୪୩, ଢ଼େଙ୍କାନାଳରୁ ୩୨, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡରୁ ୨୩, ବଲାଙ୍ଗୀରରୁ ୨୧, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୭ , କଳାହାଣ୍ଡି ,ଝାରସୁଗୁଡା ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ୧୬ ହଜାର ୭୯୨ ଜଣ ସୁସ୍ଥ ହୋଇଥିବାବେଳେ ୯ ହଜାର ୯୧୯ ଜଣ ସକ୍ରିୟ ଅଛନ୍ତି । ରାଜ୍ୟରେ ଗତକାଲି ୯ ହଜାର ୩୨୭ ଟେଷ୍ଟ ସହ ମୋଟ ୪ ଲକ୍ଷ ୬୭ ଜହାର ୪୪୭ଟି ନମୁନା ଟେଷ୍ଟ କରାଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0