spot_img

ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ୨ ଶିକାରୀ ଗିରଫ

ଟାଙ୍ଗୀ ଚିଲିକାରେ ପକ୍ଷୀ ସୁରକ୍ଷା ବଳୟକୁ ଭେଦକରି ୨ ଜଣ ଶିକାରୀ ଅତି ଚତୁରତାର ସହ ବିଦେଶୀ ପକ୍ଷୀଙ୍କୁ ଜାଲ ଓ ଫାଶ ସାହାଯ୍ୟରେ ଶିକାର କରି ନାଚୁଣୀ ନିକଟ ହରିପୁର ରାସ୍ତାରେ ଯାଉଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ଦ୍ବାରା ଧରାପଡିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି । ଗିରଫ ଶିକାରୀ ଦୁଇ ଜଣ ହେଲେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଞ୍ଚଳର ଇଚ୍ଛାପୁର ଗାଁର ରାଜେଶ ମହାରଣା ଏବଂ ସୁଜିତ ସ୍ଵାଇଁ । ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି । ପାଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅତର୍କିତ ଚଢାଉ କରି ଧରପଗଡ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular