spot_img

ଜାତୀୟ ପତାକା ଉତ୍ତୋଳନ କଲେ ଆତ୍ମନିର୍ଭରଶୀଳ ଦିବ୍ୟାଙ୍ଗ

ହିଞ୍ଜିଳିକାଟୁ : ଜାତୀୟ ପତାକା ଉତ୍ତୋଳନ କଲେ ଆତ୍ମନିର୍ଭରଶୀଳ ଦିବ୍ୟାଙ୍ଗ । ହିଞ୍ଜିଳିକାଟୁ ଅଞ୍ଚଳର କାର୍ଯ୍ୟରତ ସାମ୍ବଦିକ ମାନଙ୍କ ତରଫରୁ ଏହି ନିଆରା ଢଙ୍ଗର ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଜଣେ ଦିବ୍ୟାଙ୍ଗ ପରିବା ବ୍ୟବସାୟୀଙ୍କୁ ମଖ୍ୟଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ସ୍ଥାନୀୟ ପରିବା ବଜାରରେ ପନିପରିବା ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାହା ପ୍ରଦାନ କରିଛନ୍ତି ଦୀବ୍ୟାଙ୍ଗ ବାସୁଦେବ ଗୌଡ଼ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେ ଯୋଗ ଦେଇ ପତାକା ଉତ୍ତଳନ କରିଥିଲେ । ତେବେ ପୁର୍ବ ବର୍ଷ ସ୍ୱାଧିନତା ଦିବସରେ ମୁଖ୍ୟ ଅତିଥି ଭାବରେ ଜଣେ ଦଳିତ ରିକ୍ସା ଚାଳକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ଚଳିତ ସାଧାରଣତନ୍ତ୍ର ଦିବସରେ ବହୁ ପ୍ରମୁଖ ବ୍ୟକ୍ତି ଏହି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular