ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପୋଢ଼ାଗୁଡ଼ା ଗ୍ରାମ ନବଜ୍ୟୋତି ଯୁବକ ସଂଘ ଦ୍ବାରା ପୋଢ଼ାଗୁଡ଼ା ଠାରେ ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଗ୍ରାମ୍ୟ ସଭାପତି ତଥା ବାନେର ଝଉଝ ର ପୂର୍ବତନ ସଭାପତି ଭାରତେନ୍ଦୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ପ୍ରେସ କ୍ଲବ ସଭାପତି ତଥା କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା କାର୍ୟ୍ୟ ନିର୍ବାହୀ ସଭ୍ୟ ଅର୍ଜୁନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ସୀତାରାମ ଶବର, ଅନନ୍ତ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ । ଅଞ୍ଚଳର ବିଶିଷ୍ଟ ଜନନେତା ସ୍ଵର୍ଗତ ଅଶୋକ କୁମାର ବେହେରା ଏବଂ ସମାଜସେବୀ ରାମେଶ୍ଵର ବିଶି ମାଝୀ ଙ୍କ ସୁଦୃଶ୍ୟ ବ୍ୟାନର ପ୍ରଦର୍ଶିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଲ ଯୋଗଦେଇ ଥିବା ବେଳେ ପ୍ରଥମ ଦିନ ତିନୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସଫ୍ଟୱେର ଇଞ୍ଜିନିୟର ବିଶ୍ଵଜିତ ବେହେରା ପୋଢ଼ାଗୁଡ଼ା ଦଲ କୁ ବିଭିନ୍ନ ସହଯୋଗ କରି ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଯୁବକ ସଂଘ ସଭାପତି ମହେନ୍ଦ୍ର ବାଣୁଆ, ଉପସଭାପତି ନୀଳକଣ୍ଠ ରାଉତ, ସମ୍ପାଦକ ବାପି ବାଣୁଆ, ସହସମ୍ପାଦକ ଶେଷଦେବ ସରାଫ ଙ୍କ ସମେତ ସଂଘ କର୍ମକର୍ତା, ସଭ୍ୟ, ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ । ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ଵ କ୍ରୀଡାପ୍ରେମୀ ମହିଳା, ପୁରୁଷ ଚିତ୍ତାକର୍ଷକ ମ୍ୟାଚ୍ ଉପଭୋଗ କରିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0