ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ। ଫ୍ରାନ୍ସରୁ ଉଡାଣ ଭରି ଗତ ବିଳମ୍ବିତ ରାତିରେ ଭାରତରେ ବାୟୁସେନାର ଏହି ବାହୁବଳୀ ପହଞ୍ଚିଛି। ପ୍ରାୟ ୭ହଜାର କିଲୋମିଟର ଯାତ୍ରା କରି ଏହି ୩ଟି ଲଢ଼ୁଆ ବିମାନ ଗତକାଲି ରାତି ପ୍ରାୟ ୯ଟାରେ ଗୁଜରାଟ ଜାମନଗରରେ ପହଞ୍ଚିଛି। ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0