spot_img

ଚିଲିକାରୁ ୨ପକ୍ଷୀ ଶିକାରୀ ଗିରଫ

ଚିଲିକା: ଚିଲିକାରେ ୨ପକ୍ଷୀ ଶିକାରୀ ଗିରଫ । ୨ମୃତ ବିଦେଶୀ ପକ୍ଷୀ ଜବତ । ସୁରକ୍ଷା ବଳୟ ଭେଦକରି ଜାଲ ଓ ଫାସ ସାହାର୍ଯ୍ୟରେ ବିଦେଶୀ ପକ୍ଷୀ ଶିକାର କରାଯାଉଥିଲା । ଏହି ସମୟରେ ସୁରକ୍ଷାବାହିନୀ ଦ୍ୱାରା ଧରାପଡ଼ିଛନ୍ତି ଶିକାରୀ । ଗିରଫ ଶିକାରୀ ୨ ଜଣ ହେଲେ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଇଚ୍ଛାପୁର ଗାଁର ରାଜେଶ ମହାରଣା ଏବଂ ସୁଜିତ ସ୍ୱାଇଁ । ଏନେଇ ଟାଙ୍କୀ ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି । ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ୍ୟପ୍ରାଣୀ ବିଭାଗ ର କର୍ମଚାରୀ ମାନେ ଅତର୍କିତ ରେଡ଼ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular