ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମଗରପଣ୍ଡା ଗାଁରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ଜଣେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏହି ଅଘଟଣରେ ରମାକାନ୍ତ ସାମଲ, ତାଙ୍କ ସ୍ତ୍ରୀ କୁନି ସାମଲ ଓ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷ ଧାନ ଅମଳ ନିମନ୍ତେ ପରିବାର ସହ ସେଠାରେ ଧାନ ଖଳାରେ ରହୁଥିଲେ। ରାତିରେ ଜନ୍ତୁ ଭୟରୁ ଡିବିରି ବତି ଲଗାଇ ଶୋଉଥିଲେ। ହେଲେ ଗତରାତିରେ ଡିବିରି ନିଆଁ ଧାନ ଖଳାରେ ଲାଗି ସମସ୍ତ ଧାନ ବିଡ଼ା ଜଳିଯାଇଥିଲା। ଏଥିରେ ରମାକାନ୍ତଙ୍କ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ହୋଇପଡ଼ିଥିଲେ। ଉକ୍ତ ଧାନ ଖଳାଟି ଗାଁଠୁ ଦୂରରେ ଥିବାରୁ ଗାଁ ଲୋକେ ଏ ସମ୍ପର୍କରେ କିଛି ଜାଣିପାରି ନ ଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଧାନ ଗଦା ଜଳିଥିବା ଦେଖି ତା’ ଭିତରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1