spot_img

ନୂଆ କୃଷି ବିଲ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଏହି ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
• କରୋନା କାଳରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
• ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ
• ଯେବେ ଏମିତି ପରୀକ୍ଷାର ସମୟ ଆସିଛି, ଭାରତ ଆଗକୁ ଉଠିଛି
• ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି
• ଆଜି ଭାରତ ଏକ ନୂଆ ସାମର୍ଥ୍ୟର ସହ ବିଶ୍ୱରେ ଆଗକୁ ଆସିଛି
• କରୋନା କାଳରେ କେହି ଯେମିତି ଭୋକରେ ନରହିବେ ବ୍ୟବସ୍ଥା ହୋଇଛି
• ଲୋକଙ୍କୁ ମାଗଣା ରାସନ, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା
• ଶ୍ରମିକଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା
• ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା
• କରୋନା ଜଣାଇଦେଲା କାହିଁକି ଆତ୍ମନିର୍ଭର ଭାରତ ଜରୁରୀ
• ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି
• ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି
• ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି
• ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ
• ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨
• ଦେଶରେ ଆଉ ୨୨ ଏମ୍ସ ସ୍ଥାପନ କରାଯାଇଛି
• କୃଷକଙ୍କ ଉନ୍ନତି ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛି
• ସ୍ୱାମୀନାଥନ ସୁପାରିସ ଲାଗୁ କରି ଗଝଚ ଦେଢ଼ଗୁଣା କରାଯାଇଛି
• ଜଳ ସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି
• ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା
• ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ମିଲିୟନ ଟନ୍
• ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି
• ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ
• କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି
• ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ
• ନୂଆ କୃଷି ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି
• ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି
• ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛି
• ୨୦୧୪ରେ ମାତୃ ମୃତ୍ୟୁହାର ଲକ୍ଷେରେ ୧୩୦ ଥିଲା, ଏବେ ୧୧୩କୁ ଖସିଛି
• ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ବିଶ୍ୱରେ ୩୯; ଭାରତରେ ୩୬
• ଆଜି ଭୋକାଲ ଫର୍ ଲୋକାଲ ଜନ ଆନ୍ଦୋଳନ ରୂପ ନେଇଛି
• ଏ ମୁସ୍କିଲ ସମୟରେ ବି ଭାରତ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି
• ଏ ସମୟରେ ୩୬ ବିଲିୟନ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି଼
• ସହରାଞ୍ଚଳ ଗରିବଙ୍କ ପାଇଁ ପ୍ରାୟ ୪୦ ଲକ୍ଷ ଘର ନିର୍ମାଣ ସରିଲାଣି
• ଡିବିଟି ଜରିଆରେ ୧୩ ଲକ୍ଷ କୋଟି ଟଙ୍କା ଲାଭାର୍ଥୀଙ୍କୁ ଦିଆଯାଇଛି
• ସ୍ୱଚ୍ଛ ଭାରତ ମିଶନରେ ୧୦ କୋଟି ଶୌଚାଳୟ ନିର୍ମାଣ ହୋଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular