ଭୁବନେଶ୍ୱର: ଝରାଫୁଲ ମୃତ୍ୟୁର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି। ମୃତ୍ୟୁର ପୂର୍ବ ରାତିରେ ନିଜ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ସହ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ଗେଷ୍ଟ ହାଉସରେ ଥିଲେ ଝରାଫୁଲ। ଏହା ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଉକ୍ତ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ। ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ଏକ ସିସିଟିଭିରେ ଏହି ଚିତ୍ର କଏଦ ହୋଇଛି। ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ଏପରି ଏକ ନୂଆ ତଥ୍ୟ ନଜରକୁ ଆସିଛି। ଗତ ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା। ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଲେନ୍-୬ରେ ଥିବା ଶିବସାଇ ଗେଷ୍ଟ ହାଉସରେ ଝରାଫୁଲ ଓ ରାକେଶ ରହିଥିଲେ। ଉକ୍ତ ଗେଷ୍ଟ ହାଉସକୁ ଙଣଙ ନେଇଥିବା ବେଳେ ଏହାର ମାଲିକ ଜଣେ ଏନଆରଆଇ ବୋଲି ଜଣାପଡ଼ିଛି। ଗେଷ୍ଟ ହାଉସ୍ରୁ ଗତ ୨୭ ତାରିଖ ସକାଳ ସମୟ ୭ଟା ୨୧ ମିନିଟରେ ସ୍କୁଟରରେ ୩ ଜଣ ଯାଉଥିବା ନିକଟରେ ଥିବା ଏକ ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ତେବେ ଗେଷ୍ଟ ହାଉସରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ। ଯାଜପୁର ପୁଲିସ୍ ସିସିଟିଭି ଜବତ କରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0