ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତା ପାଇଁ ଆଉ ୯ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି। ଅନ୍ୟ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ- ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳ, ଶ୍ରମ ବିଭାଗର ଯୁଗ୍ମ କମିଶନର ଶରତ ଚୌଧୁରୀ, ଗଜପତିର ଡିଭିଜନାଲ ଶ୍ରମ କମିଶନର ନମିତା ଦାସ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ରମେଶ ଚନ୍ଦ୍ର ମହାଲିକ, ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସତ୍ୟନାରାୟଣ ପ୍ରଧାନ, ଜଙ୍ଗଲ ବିଭାଗ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ, ଜଙ୍ଗଲ ବିଭାଗ ରେଞ୍ଜ୍ ଅଧିକାରୀ ଭରତ କୁମାର ଘଡେଇ, ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାୟକ, ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଅଛନ୍ତି। ଏପର୍ୟ୍ୟନ୍ତ ୧୧୩ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଭାବେ ଅବସର ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0