spot_img

ନବରଙ୍ଗପୁର: ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ

ନବରଙ୍ଗପୁର : ଚାଷୀଙ୍କ ଧାନ କିଣାକୁ ନେଇ ସାରା ନବରଙ୍ଗପୁର ଜିଲ୍ଲା ରେ ମଣ୍ଡି ସମସ୍ୟା ଦେଖା ଦେଇଥିବା ବେଳେ ଜିଲ୍ଲାର ଉମରକୋଟ ସହର ବି ଏଥିରୁ ବାଦ୍ ପଡି ନାହିଁ । ସରକାର ଚାଷୀଙ୍କ ଧାନ ମଣ୍ଡି ରୁ ଧାନ ନେଉନାହାନ୍ତି । ଏହି କାରଣରୁ ଦେଖାଦେଇଛି ଅସନ୍ତୋଷ ।

ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଟାରଗେଟ୍ ନଥିବା କହି ଚାଷୀ ଙ୍କୁ ଫେରେଇ ଦିଅ ଯାଉଛି । କିଛି ଚାଷୀଙ୍କୁ ଟୋକେନ୍ ମିଳିନଥିବା ବେଳେ କିଛି ଚାଷୀ ଙ୍କୁ ଟୋକେନ୍ ଥାଇ ମଧ୍ୟ ଧାନ କିଣା ଯାଇନାହିଁ । ଫଳରେ ଉମରକୋଟ ଅଞ୍ଚଳ ର ବହୁ ଚାଷୀ ଲ୍ୟାମ୍ପ୍ ଆଗରେ ହୋଟ ଗୋଳ କରିବା ସହ ଲ୍ୟାମ୍ ର ଏମ୍ ଡି ଙ୍କୁ ଘେରିଥିଲେ । ଅନ୍ୟ ପକ୍ଷେ ଚାଷୀ ଙ୍କ ଠାରୁ ଧାନ ନ କିଣି ଦଲାଲ ଏବଂ ମିଲର ଙ୍କ ଠାରୁ ଧାନ ଉଠା ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାର ଯଦି ଧାନ ନ କିଣିବେ ତାହେଲେ କଣ ଧାନ କୁ ଲ୍ୟାମ୍ପ ଆଗରେ ରଖିଦେବୁ ନହେଲେ ନିଆଁ ଲଗେଇ ଦେବୁ କି ବୋଲି କହିଛନ୍ତି ଚାଷୀ ।

ଅସନ୍ତୁଷ୍ଟ ଚାଷୀଙ୍କ ସହ ସ୍ବର ମିଳାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ । ସରକାର ଧାନ କିଣିବା ରେ ବିଫଳ ହୋଇଛନ୍ତି । ହଜାର ହଜାର ବସ୍ତା ଧାନ ପଡି ରହିଛି । ଚାଷୀ ବାରମ୍ବାର ଲ୍ୟାପ କୁ ଦୋୖଡି ଦୌଡ଼ି କୌଣସି ସୁଫଳ ପାଉନାହାନ୍ତି । ଆଗାମୀ ଦିନରେ ଯଦି ସରକାର ଚାଷୀ ଙ୍କ ଧାନ ନ କିଣନ୍ତି ତାହେଲେ ଏକ ବଡ଼ ଧାରଣା ର ଆନ୍ଦୋଳନ ହେବ ବୋଲି କହିଛନ୍ତି ନିତ୍ୟା ।

ଅନ୍ୟ ପକ୍ଷରେ MD ଲ୍ୟମ୍ ଟାର ଗେଟ୍ ନଥିବାରୁ ଗତ ଦୁଇଟି ମଣ୍ଡି ବନ୍ଦ୍ ରହିଥିଲା । ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ମଙ୍ଗଳବାର ଭିତରେ ସବୁ ଧାନ କିଣାଯିବ । ଆଉ ମିଲର୍ ଏଠାକୁ ଆସୁ ନାହାନ୍ତି କେବେଳ ଗାଡି ପଠେଇ ଧାନ ନଉଛନ୍ତି । ଚାଷୀଙ୍କୁ ଏଠାକୁ ଆସିବାକୁ ଆବଶ୍ୟକ ନାହିଁ , ଆମ ପାଖରେ ଲିଷ୍ଟ ରହିଛି ଆମେ ଚାଷୀଙ୍କୁ ଡାକି ଧାନ ନେବୁ ବୋଲି MD ପ୍ରକାଶ କରିଚନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular