ଭୁବନେଶ୍ୱର: IAS ସ୍ତରରେ ଅଦଳବଦଳ ହୋଇଛି । ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ରାଜ୍ୟରେ କିଛି ବରିଷ୍ଠ IAS ଅଫିସରଙ୍କୁ ଅଦଳବଦଳ କରିଛନ୍ତି ସରକାର । ତେବେ ଅଦଳବଦଳ ହୋଇଥିବା ଅଫିସରଙ୍କ ମଧ୍ୟରେ ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ଅନୁ ଗର୍ଗଙ୍କୁ ମିଳିଲା ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ । ଖଣି ଓ ଇସ୍ପାତ ସଚିବ ହେଲେ ସୁରେନ୍ଦ୍ର କୁମାର ଓ CDA ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଚିତ୍ରା ଅରୁମୁଗମ୍ ହେଲେ ଶ୍ରମ ବିଭାଗର ସଚିବ । MSME ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ସତ୍ୟବ୍ରତ ସାହୁ । ଏହା ସହ ସତ୍ୟବ୍ରତଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।




Visitors Today : 3
Total Visitors : 130169
Total Views : 9891615
Visitors Online Now : 0