spot_img

ଖୋର୍ଦ୍ଧା: ହୋଟେଲରେ ବାସି ଖାଦ୍ୟ ବ୍ୟବହାର 

ଖୋର୍ଦ୍ଧା: ଖୋର୍ଦ୍ଧା municipality ରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଯାଂଚ । ଯାଂଚ ବେଳେ ହୋଟେଲରୁ ମିଳିଛି ବାସି ଖାଦ୍ୟ ସାମଗ୍ରୀ । ବିଶେଷ କରି ଜାତୀୟ ରାଜପଥ କଡ଼ରେ ଥିବା ଢାବା ଏବଂ ହୋଟେଲ ଉପରେ ଚଢାଉ କରାଯାଇଛି । ହେଟେଲ ମାନଙ୍କରେ ଯେଉଁଥିରେ ଖାଦ୍ୟ ପ୍ରସ୍ତୁତ ହେଉଛି, ସେହି ସ୍ଥାନର ପରିଛନ୍ନତା, ଫ୍ରିଜ ଭିତରେ ଥିବା ମସଲା ଆଦି ଯାଂଚ କରାଯାଇଛି । ତେବେ ସେସବୁ ବାସି ଖାଦ୍ୟ ଥିବା କଥା ଜଣାପଡ଼ିଛି । ସହରରେ ଏଭଳି ଯାଂଚ କୁ ନେଇ ଦୋକାନୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ହେଲେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଦୋକାନରେ ବସୀ ଖାଦ୍ୟ ରଖିଲେ କିମ୍ବା ବିକ୍ରି କଲେ ଫାଇନ ଦେବା ସହ ଲାଇସେନ୍ସ ରଦ୍ଧ ହେବା ନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular